ରାଧା ଅଷ୍ଟମୀ ବ୍ରତ ବହି

 ଓଁ ଶ୍ରୀ ଶ୍ରୀ ପରଂବ୍ରହ୍ମଣେ ନମଃ ଶ୍ରୀ ଶ୍ରୀ ରାଧାଷ୍ଟମୀ ବ୍ରତ ଭାଦ୍ରେମାସିସୀତେପକ୍ଷେ, ଋକ୍ଷାନୁରାଧାସଂଜ୍ଞାନେ । ଅଷ୍ଟମ୍ୟାଂ ଭାନୁବାରେ ଚ ଦିନମଧ୍ୟେତି ଶୋଭନେ ।। ବୃଷଭାନୁ ଗୃହେ ଜନ୍ମଂ ରାଧାୟା ସୁମନୋହରଂ । ଅଦୌ ଘଟେ ବରୁଣପୂଜାଂ କୁର୍ଯ୍ୟାତ୍ ତଦନନ୍ତରଂ ସଂକଳ୍ପ ବିଧିମାଚରେତ୍ ତ‌ତ୍ ଯଥା- ଓଁ ର୍ବିଷ୍ଣୋ ନମଃହେତ୍ୟାଦି ଏବ ପୂର୍ବୋକ୍ତ ବିଧିବିଶେଷଣ ଅମୁକସ୍ୟଗୋତ୍ର ଶ୍ରୀମାନ୍ ଅନୁକ ଦେବଶର୍ମ୍ମଣେ ଶ୍ରୀରାଧାଷ୍ଟମୀ ବ୍ରତ ମହଂ କରିଷ୍ୟେ । -ଧ୍ୟାନଂ- ପ୍ରଥମ ଅଧ୍ୟାୟ ଓଁ- ଶ୍ରୀରାଧିକାଂ ସମୃଦ୍ଦିଶ୍ୟ ସର୍ବପାପ ପ୍ରଶାନ୍ତୟେ ଉପବାସଂ କରିଷ୍ୟାମି ରାଧାଷ୍ଟମ୍ୟାଂ ନଭସ୍ୟାହଂ । ଆଜନ୍ମ ମରଣଂ ଯାବତ୍ ଜନ୍ମୟାଦୁଷ୍କୃତଂ କୃତ୍ୟଂ ତୁତ୍ ପ୍ରାଣାଶାୟ ରାଧିକେ ପ୍ରସାଦ ପରମେଶ୍ୱରୀ । ଏହି ମନ୍ତ୍ରରେ ଧ୍ୟାନ କରି ଶ୍ରୀରାଧାଷ୍ଟମୀ ବ୍ରତ ଗୀତ ଗାୟନ କରିବ । ଶୁଣ ଶୁଣ ସୁଜନେ ଦେଇ ମନ । କ‌ହିବା ଅପୂର୍ବ ବିଧାନ ।। ରାଧାଙ୍କ ଜନ୍ମ ସମାଚାର । ଶ୍ରବଣ କରି ତର ନର ।। ଏକଇ ଦିନ ଦ୍ୱାରକାରେ । ରତନ ସିଂହାସନ ପରେ ।। ବସିଣ ଥିଲେ ଜଗନ୍ନାଥ । ମନରେ ହୋଇ ଆନନ୍ଦିତ ।। ଏହି ସମୟେ ତାଙ୍କ ପାଶ । ରୁକ୍ମଣୀ ହୋଇଲେ ପ୍ରବେଶ ।। ଆବର ସର୍ବ ପାଟ ବଂଶୀ । ମିଳିଲେ ଏକ ଏକ ଆସି ।। ତାହାଙ୍କୁ ଦେଖି ଜନାର୍ଦ୍ଦନ । ପୁଚ୍ଛିଲେ ଗମନ କାରଣ ।। ରୁକ୍ମଣୀ ଯୋଡ଼ି ବେନିକର । ବୋଇଲେ ବଚନ ମଧୁର ।। ଭୋ ପ୍ରାଣନାଥ ଆମ୍ଭପରେ । ଦୟା ବ‌ହିଣ କୁହବାରେ ।। ଆଜି ...

ପ୍ରଥମାଷ୍ଟମୀ ସମ୍ପୂର୍ଣ୍ଣ ପୂଜା ବିଧି।

ପ୍ରଥମାଷ୍ଟମୀ ସମ୍ପୂର୍ଣ୍ଣ ପୂଜା ବିଧି। 


ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ । ଏହା ଓଡିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ , କାଳ ଭୈରବାଷ୍ଟମୀ ବା ପାପନାଶିନୀ ଅଷ୍ଟମୀ ଭାବେ ମଧ୍ୟ ନାମିତ । ଅତୀତରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟ ମାସ ବାପ୍ରଥମ ମାସ ବୋଲି ଗଣନା କରାଯାଇ ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି ।



ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଏ । ଏହା ଭୁନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ଗୋଟିଏ ଯାତ୍ରା ଦିବସ । ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜା ବିଧି ଅନୁଷ୍ଠିତ ହୋଇଥାଏ । ମା’ମାନେ ଷଠୀଦେବୀଙ୍କର ପୂଜାର୍ଚ୍ଚନା କରିଥାନ୍ତି । ପଂଚ ପଲ୍ଲବ ଓ ପଂଚ ଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ହୋଇଥାଏ ।


ଓଡିଆ ପରଂପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ ବା ପୁତ୍ର , ତାଙ୍କୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢା ଉପରେ ବସାଇ ଦୁଇ କାନରେ ଫୁଲ୍ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ,ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ମା’ ମାନେ ବନ୍ଦାପନା କରିଥାନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ହଠୀଦେବୀଙ୍କୁ ମୁଣ୍ଡିଆ ମାରିବା ସହ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ଏହି ବିଶେହ ବିଧିକୁ ପଢୁଆଁବୋଲି ମଧ୍ୟ କୁହାଯାଏ । ପଢୁଆଁ ଶଦ୍ଦଟି ପ୍ରଥମାର ଅପଭ୍ରଂଶ ।


ପରଂପରା ଅନୁଯାୟୀ ଏହିଦିନ ମାମୁଁମାନେ ନୂଆ ଲୁଗା , ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀଙ୍କ ଘରକୁ ଯାଇ ପଢୁଆଁ କରନ୍ତି ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହନ୍ତି । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀପତ୍ର ବ୍ୟବହୃତ ହୁଏନାହିଁ କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀ ପତ୍ରର ବ୍ୟବହାର ହୁଏ ।



Comments

Popular posts from this blog

ରାଧା ଅଷ୍ଟମୀ ବ୍ରତ ବହି